ବୋଲଗଡ: ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟଳୟ ତରଫରୁ ୨ ଟି ସ୍ଥାନରେ ୟୁ ଏ ଏସ ତାଲିମ୍ ଶିବିର ଅନୁଷ୍ଠିତ
ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଆଜି ଦୁଇଟିସ୍ଥାନରେ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ UAS(Unified Automation System)ବିଷୟରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି।ବାଙ୍କୋଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ତାଲିମଶିବିରରେ ୯ଟି କ୍ଲଷ୍ଟରର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ବୋଲଗଡ଼ BEO ପ୍ରମୋଦ କୁମାର ସ୍ବାଇଁ ଯୋଗଦେଇ ଉଦଘାଟନ କରିଥିଲେ।ବାଙ୍କୋଇ ସ. ଉଚ୍ଚ ବିଦ୍ୟାଳୟର ପ୍ର.ଶିକ୍ଷୟିତ୍ରୀ ସସ୍ମିତା ଦଳାଇ ଯୋଗଦେଇ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ।