ବାମରା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଓ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ସାଇରା ବାନୋ ଲସ୍କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୋବିନ୍ଦପୁର ସରପଞ୍ଚ ବିମଳ ଲାକ୍ରା ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଭଲ ପାଠପଢ଼ି ଦେଶ ସେବା ରେ ନିୟୋଜିତ ହେବାକୁ ବିଭିନ୍ନ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଆଲୁମିନି ସଭାପତି ମନୋଜ ରାଜ୍, ଶିକ୍ଷାବିତ ସଙ୍ଗୀତା ନାଏକ, ପ୍ରଫୁଲ୍ଲ କୁମାର ନାଏକ ଯୋଗ ଦେଇ ଉତ୍ସାହିତ କରିଥିଲେ। ଏହି ଅବସର ରେ ଏକ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା।