ପିପିଲି: ଧଉଳି ଖଟୁଆପଡା ଦୟାନଦୀରୁ କଙ୍କାଳ ଉଦ୍ଧାର, ମହିଳା କିମ୍ବା ପୁରୁଷ କଙ୍କାଳ ଅସ୍ପଷ୍ଟ, ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ
Pipili, Puri | Mar 15, 2024 ଗୁରୁବାର ଦିନ ୩ ଘଟିକା ସମୟରେ ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧଉଳିସ୍ଥିତ ଖଟୁଆପଡ଼ା ଦୟାନଦୀକୂଳରୁ କଙ୍କାଳ ଉଦ୍ଧାର । କଙ୍କାଳକୁ ରଶିରେ ବନ୍ଧା ହୋଇଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ନର କଙ୍କାଳଟି କୋଉଠୁ ଏଠାକୁ କିଭଳି ଆସିଲା ତାହା ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ୱ କରିଥିବାର ସୂଚନା ମିଳିଛି l କଙ୍କାଳଟିକୁ ଦେଖିବାକୁ ଶତାଧିକ ଲୋକଙ୍କ ଭିଡ଼ ଲାଗିଥିବାର ଦେଖିବାକୁ ମିଳିଥିଲା ତେବେ ଏହା ପୁରୁଷ ଲୋକର କଙ୍କାଳ ନା ମହିଳା ଲୋକର କଙ୍କାଳ ତାହା ସ୍ପଷ୍ଟ ହୋଇନାହିଁ l