କୃତ୍ରିମ ବୁଦ୍ଧିମତା ପ୍ରାକୃତିକ ବୁଦ୍ଧିମତାର ଅନୁପୂରକ ଏବଂ ପରିପୂରକ ହେଉ । ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ ଯୋଗଦାନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କହିଛନ୍ତି ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର କଲ୍ୟାଣୀ ସଂଙ୍ଘମିତ୍ରା ।ଏପରିକି କୃତ୍ରିମ ବୁଦ୍ଧିମତା ସହଯୋଗୀ ହେଉ, ପ୍ରଭୂ କି ମାଲିକ ନ ହେଉ l ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଉପସ୍ଥାପନ କରିଛନ୍ତି।ରବିବାର ସଂଧ୍ୟାରେ ବ୍ରହ୍ମପୁର ସହରର ପୁରୁଣା ଚର୍ଚ୍ଚ ପଡିଆରେ ବିଶ୍ବାସ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।