ବାଲେଶ୍ବର ମ୍ୟୁନିସିପାଲଟି: ବର୍ତ୍ତନା ଚିଲାପଦା ଠାରେ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଟିମ ର ଚଢ଼ାଉ,ବିପୁଳ ପରିମାଣରେ ଦେଶୀ ମଦ ଜବତ,ମହିଳାଙ୍କ ସମେତ ୫ ଗିରଫ
ବାଲେଶ୍ଵର ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଟିମ ଆଜି ଖନ୍ତାପଡା ଥାନା ଚିଲାପଦା ଅଞ୍ଚଳ ରେ ଚଢ଼ାଉ କରି ୨୨୦ ଲିଟର ଦେଶୀ ମଦ ଜବତ କରିଛି।ଏଥି ସହ ଏହି ଚୋରା ମଦ କାରବାରରେ ସଂପୃକ୍ତ ଜଣେ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏ ସମ୍ପର୍କରେ ଆଜି ସନ୍ଧ୍ୟା ୬ଟା ସମୟରେ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ କାର୍ଯ୍ୟାଳୟ ଠାରେ ଇନ୍ସପେକ୍ଟର ହରିହର ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଗିରଫ ମାନେ ହେଲେ ଚିଲାପଦା ଅଞ୍ଚଳର ସୁରେନ୍ଦ୍ର ସିଂ,ସତ୍ୟନାରାୟଣ ବାରିକ,ରାମ ଖିଲାର,ଶଙ୍କର ରାୟ ଏବଂ ମିନତୀ ସିଂ।