ବାମରା ସ୍ଥିତ ପଣ୍ଡରିପଥର କର୍ପୋରେସନ ନିକଟ ରାସ୍ତାରେ ଜଣେ ଅସହାୟ ମହିଳା ପଡ଼ି ରହିଥିବା ବେଳେ ଏହାଦେଖି କେତେକ ସ୍ବେଚ୍ଛାସେବୀ ମାନେ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ତାଙ୍କ ଗୋଡ଼ରେ ପୋକ ଲାଗି ସେ ଯନ୍ତ୍ରଣା ରେ ଛଟପଟ ହେଉଥିବା ଦେଖାଯାଇଥିଲା। ତାଙ୍କ ପାଖରେ ଥିବା ମୋବାଇଲ ନମ୍ବର ରେ ଯୋଗାଯୋଗ ପରେ ତାଙ୍କ ଭାଇ ଗୋବିନ୍ଦପୁର ଡାକ୍ତରଖାନା କୁ ଆସି ତାଙ୍କୁ ନିଜ ଜିମା ରେ ନେଇଥିବା ସୂଚନା ରହିଛି। ଏନେଇ ସୋମବାର ସନ୍ଧ୍ୟା ୭ ଟାରେ ସରପଞ୍ଚ ବିମଳ ଲାକ୍ରାଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।