ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଜନଶୁଣାଣି କାର୍ଯ୍ୟକ୍ରମ ଆଜି ଝାଡ଼ବନ୍ଧ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ଜନଶୁଣାଣୀ କାର୍ଯ୍ୟକ୍ରମ ରେ ବି ଡି ଓ ସଂଗ୍ରାମ କେଶରୀ ଜେନା , ତହସିଲଦାର ଲମ୍ବୋଦର ମାରାଣ୍ଡି,ଏ ବିଡ଼ିଓ ସୁଶୀଲ ପଟ୍ଟନାୟକ, ସରପଞ୍ଚ ,ଭି ଏ ଏସ ଡାକ୍ତର ,ସହକାରୀ ନିର୍ବାହୀ ଯନ୍ତ୍ରୀ , ସହକାରୀ ଯନ୍ତ୍ରୀ ,ବି ଏସ ଏସ ଙ୍କ ସମେତ ସମସ୍ତ ଲାଇନ୍ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଆଜିର ଜନଶୁଣାଣୀ ରେ ମୋଟ 72 ଜଣ ନିଜର ଲିଖିତ ଅଭିଯୋଗ ଦାଖଲ କରିଥିବା ବେଳେ ଏଥି ମଧ୍ୟରୁ 22 ଟି ଅଭିଯୋଗ ର ତ୍ୱରିତ ସମାଧାନ କରାଯାଇଛି l