ତଲସରା: ୧୦ ବର୍ଷ ପରେ ଗଙ୍ଗାଜଳ ବସଷ୍ଟାଣ୍ଡ ରୁ ଗଣଦୁଷ୍କର୍ମ ଅଭିଯୁକ୍ତ ଗିରଫ
ଗତ ୨୦୧୫ ମସିହାରେ ଘଟିଥିବା ଏକ ଗଣ ଦୁଷ୍କର୍ମ ମାମଲାର ଅଭିଯୁକ୍ତ କୁ ବଡ଼ଗାଁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ଅନୁଯାୟୀ ୨୦୧୫ ରେ ବଡ଼ଗାଁ ଥାନା ଅନ୍ତର୍ଗତ ଟେଙ୍ଗରାବାହାଲ ଗ୍ରାମ ରେ ଜଣେ ଯୁବତୀକୁ ଗଣଦୁଷ୍କର୍ମ ଦୁଷ୍କର୍ମ ଘଟଣାର ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ଅନ୍ୟ ତିନି ଜଣ ଙ୍କୁ ସେତେବେଳେ ବଡ଼ଗାଁ ପୋଲିସ ଗିରଫ କରିବାକୁ ସକ୍ଷମ ହୋଇଥିଲା । ଯୁବତୀ ଜଣଙ୍କ ଏକ ବିବାହ ଉତ୍ସବ ରୁ ଫେରିବା ବାଟରେ ତାଙ୍କୁ ଟେକି ନେଇ ଗଣ ଦୁଷ୍କର୍ମ କରାଯାଇଥିବାର ସେତେବେଳେ ଅଭିଯୋଗ ହୋଇଥିଲା।