ବଲାଙ୍ଗୀର: ବ୍ରାହ୍ମଣୀପଲା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ଅସମ୍ମାନଜନକ ଆଚରଣ ପ୍ରତି ଅଭିଭାବକଙ୍କ ଅସନ୍ତୋଷ
ଦେଓଗାଁ ବ୍ରାହ୍ମଣୀପଲା ସ୍କୁଲରେ ଶିକ୍ଷକଙ୍କ ଅସମ୍ମାନଜନକ ଆଚରଣ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଅନ୍ତର୍ଗତ ବ୍ରାହ୍ମଣୀପଲା ପ୍ରାଥମିକ ବିଦ୍ୟାଳୟରେ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ସ୍କୁଲର ଶିକ୍ଷକ ଅସିତ କୁମାର ଷଡ଼ଙ୍ଗୀ ଉପରେ ଅଭିଯୋଗ– ସେ ପ୍ରତିଦିନ କୁନି କୁନି ଛାତ୍ରଛାତ୍ରୀଙ୍କୁ ନିଜ ଗୋଡ଼, ହାତ, ମୁଣ୍ଡ ଦବାଇବାକୁ ବାଧ୍ୟ କରୁଛନ୍ତି। ତା’ପରି, ସେମାନଙ୍କୁ ଗୁଟଖା, ଭାଙ୍ଗ ଭଳି ନିଶାଦ୍ରବ୍ୟ ଦୋକାନରୁ କିଣିଆଣିବା ପାଇଁ ପଠାଉଥିବା ସହ, ନାମ କାଟିଦେବାର ଧମକ ଦେଉଛନ୍ତି।