ଭଞ୍ଜନଗର: ଦୁର୍ଗାପ୍ରସାଦ ନିକଟରୁ ଗଞ୍ଜେଇ ଜବତ ୪ଗିରଫ ।
ଭଞ୍ଜନଗର ଥାନା ଏସ୍ଆଇ ଲକ୍ଷ୍ମୀଧର ମହାନ୍ତି ଏବଂ ଷ୍ଟାଫ ଭଞ୍ଜନଗର ଦୁର୍ଗାପ୍ରସାଦ ଜାତୀୟ ରାଜପଥରେ ଆଜି ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ନିଧିଆପଲ୍ଲୀ ବସ ଷ୍ଟପ୍ ଠାରେ ଦୁଇଟି ବ୍ୟାଗ ସନ୍ଦେହ ଜନକ ଅବସ୍ଥାରେ ଥିବା ବେଳେ ସେଠାରେ ୩ ଜଣ ଠିଆ ହୋଇଥିଲେ । ପୋଲିସ ଦେଖି ପ୍ରଥମେ ଗଞ୍ଜେଇକୁ ଜବତ କରିଥିଲା। ପରେ ତଦନ୍ତ କରି ପୋଲିସ ଜଣେ ବସ ହେଲପର ସମେତ ପଶ୍ଚିମବଙ୍ଗର ଆଉ ୩ ଜଣକୁ ଗିରଫ କରିଥିଲା। ସେମାନେ ହେଲେ ପଶ୍ଚିମବଙ୍ଗର ରାଜୁ ଶଙ୍କର, ଉତ୍ତମ କୁମାର ସିଂ, ସମୀର କୁମାର ଦୁବେ ଓ ହେଲପର ଜଗନ୍ନାଥପ୍ରସାଦ ଅଞ୍ଚଳର ଧର୍ମେନ୍ଦ୍ର ପଟ୍ଟ