ବାମରା ବ୍ଲକ ଅନ୍ତର୍ଗତ କୁଟାରିମାଲ ଠାରେ ଚାଲିଥିବା ରାହାସ ଯାତ୍ରା ଗୁରୁବାର ଉଦଯାପିତ ହୋଇ ଯାଉଛି। ସୂଚନା ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ଅବସର ରେ କୁଟାରିମାଲ ଠାରେ ରାହାସ ଯାତ୍ରା ଆୟୋଜିତ ହୋଇ ଥିବା ବେଳେ ୨ ଦିନ ଧରି ବିଭିନ୍ନ ପାରମ୍ପାରିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କନ୍ସ ଙ୍କ ନଗର ପରିକ୍ରମା, କୃଷ୍ଣ ବଳରାମ ଙ୍କ ମଥୁରା ଆଗମନ, ପୁତନା ବଧ ଓ କନ୍ସ ବଧ ନାଟକ ମଞ୍ଚସ୍ଥ ହୋଇଥିଲା। ଏହି ଯାତ୍ରା ରେ ବରଗଡ଼ ର କଳାକାର ମାନେ ଆସି ନାଟକ ପରିବେଷଣ କରିଥିବା ବେଳେ ଦୂର ଦୁରାନ୍ତର୍ କୁ ଦର୍ଶକ ମାନେ ଆସି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।