ରମ୍ଭା ହାଇସ୍କୁଲ ମିନି ଷ୍ଟାଡିୟମରେ ରମ୍ଭା କପ୍ ସିଜନ-୪ ପକ୍ଷରୁ ଅନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୩ୟ ଦିନରେ ବ୍ରହ୍ଣପୁର ଲିଡସ କ୍ରିକେଟ ଏକାଡେମୀ ସହ ରମ୍ଭା କ୍ରିକେଟ କ୍ଲବ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ପୂର୍ବାହ୍ନରେ ଉପାଧ୍ୟକ୍ଷ କାଳିଆ ତରେଇ , ରମ୍ଭା କ୍ରିକେଟ କ୍ଲବ ସଭାପତି ସୀମାଞ୍ଚଳ ବାଡ଼ତ୍ୟା, ଉପସଭାପତି ହିମାଂଶୁ ବୈଠାରୁ, ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକ,,ଟୁର୍ନାମେଣ୍ଟ ସଂଗଠକ ସଭାପତି ଟି.ବାପୁଜୀ ସୁବୁଦ୍ଧି,ଜଗନ୍ନାଥ ସୁବୁଦ୍ଧି ପ୍ରମୁଖ ଯୋଗଦାନ କରିଥିଲେ।