ରେଢ଼ାଖୋଲ ଭୀମଭୋଇ ଛକରେ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଅଞ୍ଚଳବାସୀ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଭୀମଭୋଇ ଛକରେ ସୋମବାର ସଂଧ୍ୟାରେ ଓଟିଭି ର ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ମୃତ ଦେହ ପହଞ୍ଚିବା ପରେ ଅଞ୍ଚଳର ହଜାର ହଜାର ଲୋକ ଆସି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସୂଚନାଯୋଗ୍ୟ ଯେ ରେଢାଖୋଲ ନାକଟିଦେଉଳ ରାସ୍ତାର ଚମ୍ପାଲି ନାଳରେ ବାଇକ ଦୁର୍ଘଟଣାରେ ରେଢ଼ାଖୋଲ ଓଟିଭିର ପ୍ରତିନିଧି ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରଲୋକ ହୋଇଥିଲା । ସେ ଜଣେ ମେଳାପି , ଦକ୍ଷ , ନିର୍ଭିକ ସାମ୍ବାଦିକ ଥିଲେ ।