ଧର୍ମଗଡ: ଝାଡା ବାନ୍ତି ରୋଗରେ ପ୍ରଭାବିତ ଦୁଲକିବନ୍ଧ ଗୌନ୍ତିଆ ପଡାରେ ପହଂଚିଲା ସ୍ୱାସ୍ଥ୍ୟ ଟିମ୍ ଆକ୍ରାନ୍ତଙ୍କୁ ଯୋଗାଇଲେ ସ୍ବାସ୍ଥ୍ୟ ସେବା
ଗୁରୁବାର କଲମପୁର ବ୍ଲକ ଅଧୀନସ୍କ ବିଜମରା ପଂଚାୟତ ଦୁଲକିବନ୍ଧ ଗ୍ରାମ ଗୌନ୍ତିଆପଡାର କିଛି ଶ୍ରମିକ ଇଟା ଭାଟିରେ କାମ କରୁଥିବା ବେଳେ ଝାଡା, ବାନ୍ତି ରୋଗରେ ଆକ୍ରାନ୍ତ ହେଇଥିବା ନେଇ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସୂଚନା ମିଳିଥିଲା ଲା । ଏହି ସୂଚନା ପାଇବା ପରେ ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶରେ ଡାକ୍ତର ଆଶୁତୋଷ ପରିଡାଙ୍କ ନେତୃତ୍ବରେ ଫାର୍ମାଶିଷ୍ଟ ମାନସ କୁମାର ପଣ୍ଡା, ବିଜମରା CHO ଶୁଭଶ୍ରୀ ନାୟକ ପ୍ରମୁଖ ଗାଁ ରେ ପହଞ୍ଚି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ଏବଂ ଇଞ୍ଜେକସନ ଦେଇଥିଲେ।