ଶୁକ୍ରବାର ଦିନ ପ୍ରାୟ ୧୨ଟାରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବାରିପଦା ପୌରପାଳିକାର ୱାର୍ଡ କାଉନସିଲର ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପ ନଗରପାଳ ସୀମା ଦାସ, ବାରିପଦା ଉପ ଜିଲ୍ଲାପାଳ ଡ଼ ଦୟାସିନ୍ଧୁ ପରିଡା, ବାରିପଦା ତହସିଲଦାର ସପନ କୁମାର ସାହୁ, ଶାମାଖୁଣ୍ଟା ତହସିଲଦାର ସାହେବ ରାମ ବାସ୍କେ, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ ଯୋଗ ଦେଇଥିଲେ।