ବାମରା ହାଇସ୍କୁଲ ପଡ଼ାର ବାବଲୁ ନାଏକ ଜମି ବିବାଦ କୁ ନେଇ ରବିବାର ରାତିରେ ସେହି ପଡ଼ାର ସିରନି ମହାପାତ୍ର ଙ୍କ ଘର କୁ ଯାଇ ଥିଲେ। ସେଠାରେ ଗଣ୍ଡଗୋଳ ହୋଇଥିବା ବେଳେ କେତେ ଜନ ମିଶି ବାବଲୁ କୁ ନିସ୍ତୁକ ମାଡ ମାରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି। ଅନ୍ୟ ପଟେ ବାବଳୁ ରାତିରେ ଭୁଜାଲି ଓ ଖଣ୍ଡା ଧରି ତାଙ୍କ ଘରେ ପଶିବା ସହ ତାଙ୍କୁ ହତ୍ୟା ଉଦ୍ୟମ କରିଥିବା ନେଇ, ସୋମବାର ଦିନ ସିରନି ଗୋବିନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ କୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଥିବା ନେଇ ସନ୍ଧ୍ୟା ୭ ଟାରେ ପୋଲିସ ପକ୍ଷରୁ କୁହାଯାଇଛି।