କେନାଭେଟା ଗ୍ରାମ ଛକ ଠାରୁ ଅସହାୟ ଅଜଣା ବ୍ୟକ୍ତି ଉଦ୍ଧାର.. ବଣାଇ ବ୍ଲକ ଅନ୍ତର୍ଗତ କେନାଭେଟା ଗ୍ରାମ ଛକରେ ଅସହାୟ ଅବସ୍ଥାରେ ପଡି ରହିଥିବା ଅଜଣା ମାନସିକ ଅକ୍ଷମ ବ୍ୟକ୍ତିକୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରିଥିବା ଜଣା ପଡିଛି l ଘଟଣାରୁ ପ୍ରକାଶ ଏକ ଅଜଣା ବ୍ୟକ୍ତି କେନାଭେଟା ଛକରେ ବୁଲୁ ଥିବା ସ୍ଥାନୀୟ ଲୋକଙ୍କ ନଜରରେ ଆସିଥିଲା l ଶୀତ ଦାଉରୁ ରକ୍ଷା ପାଇବା ପାଇଁ ତାକୁ ଗୋଟିଏ ଦୋକାନ ପାଖରେ ଦୁଇ ମାସ ହେଲା ରଖିଛନ୍ତି l