ଆଜି ତିଗିରିଆ ଅଗ୍ନିଶମ ବିଭାଗ ତରଫରୁ ପାଞ୍ଚଗାଁ ସ୍ଥିତ ପୂଜା ଭାରତ ଗ୍ୟାସ ପରିସରରେ ଜରୁରୀକାଳୀନ ସମୟରେ ଉଦ୍ଧାର କାର୍ଯ୍ୟ ଏବଂ ଅଗ୍ନି ନିରାପତ୍ତା ସମ୍ବନ୍ଧରେ ମକଡ୍ରିଲ କରାଯିବା ସହ ବିଭିନ୍ନ କୌଶଳ ପ୍ରଦର୍ଶନ କରାଯାଇଥିଲା lତିଗିରିଆ ଅଗ୍ନିଶମ ବିଭାଗର ଅଧିକାରୀ ପ୍ରତାପ ବେହେରାଙ୍କ ନେତୃ୍ତ୍ୱରେ ସମସ୍ତ କର୍ମଚାରୀ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ ଏବଂ ଜରୁରୀକାଳୀନ ସମୟରେ କିଭଳି ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯିବ ସେ ନେଇ ସଚେତନ କରିଥିଲେ।କିଭଳି ଲାଗିଥିବା ନିଆଁକୁ ଆୟତ୍ତ କରାଯାଇ ପାରିବ ସେ ନେଇ ଉପସ୍ଥିତ ଲୋକଙ୍କୁ ଶ୍ରୀ ବେହେରା ସଚେତନ କରାଇଥିଲେ l