ଛେଣ୍ଡିପଦା: ଛେଣ୍ଡିପଦାରେ ଏକାଧିକ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେଲେ ବିଧାୟକ ଅଗସ୍ତି ବେହେରା
ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନ ମଧ୍ୟରେ ଆଜି ନିଜ ନିର୍ବାଚନ ମଣ୍ଡଳୀ ଛେଣ୍ଡିପଦା ଗସ୍ତରେ ଆସି ବିଧାୟକ ଅଗସ୍ତି ବେହେରା ଏକାଧିକ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସନ୍ଧ୍ୟା 7 ଟା ବେଳେ ବିଧାୟକ ଶିମିଳିପାଳ ଗ୍ରାମ ପଞ୍ଚାୟତ ସ୍ଥିତ କାଠପାଳ ଗ୍ରାମର ଯୁବ ବିଜେପି ନେତାଙ୍କ ବିବାହ ଉତ୍ସବରେ ଯୋଗଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଦେଇଥିଲେ।