ପଦ୍ମପୁର: ବୁଡେନ ଥାନା ଅଞ୍ଚଳରେ ବଣୁଆ ହାତୀ, ସତର୍କ କଲା ବନବିଭାଗ
ବରଗଡ ଜିଲ୍ଲା ପଦ୍ମପୁର ବନାଞ୍ଚଳ ଅଧିନସ୍ଥ ବତୀପଥର, ଅମରାଖୋଲ, ଓ ରାୟବାହାଦୂରପୁର ନିକଟସ୍ଥ ଗନ୍ଧମାର୍ଦ୍ଦନ ପାହାଡ଼ ରେ ବଣୁଆ ହାତୀ ବୁଲାବୁଲି କରୁଥିବା ନେଇ ପଦ୍ମପୁର ବନାଞ୍ଚଳ ଅଧିକାରୀ ରଂଜିତ ସିଂ ବାବୁ ଙ୍କ ନିର୍ଦେଶ କ୍ରମେ ପଦ୍ମପୁର ବନାଞ୍ଚଳ ଅଧିନସ୍ଥ ପଦ୍ମପୁର ବନପାଳ ସରୋଜ କୁମାର ସାହୁଙ୍କ ନେତୃତ୍ୱରେ, ବନ କର୍ମଚାରୀ, ସ୍କ୍ୱାଡ଼ ଟିମ ଗାଁ ଗାଁ ବୁଲି ଲୋକଙ୍କୁ ଆଜି ସନ୍ଧ୍ୟା ୬ଟା ୩୦ ମିନିଟ ସମୟରେ ସଚେତନ କରିଛନ୍ତି l ସୂଚନା ଥାଉ କି କିଛି ଦିନ ପୂର୍ବରୁ ବଣୁଆ ହାତୀ ଟି ଟେମରି ପଞ୍ଚାୟତ ଧାନ୍ଦୁପାଲି ଗାଁ ର ଏକ ଦମ୍ପତି ଙ୍କୁ ଦଳି ମାରିଦେଇଥିଲା l ବନ ବିଭାଗ ର ସୂଚନା ଅନୁସା