ପଦ୍ମପୁର: ପାଇକମାଲ ନିଜ ବାସଭବନରେ ଲୋକଙ୍କ ଅଭିଯୋଗ ଶୁଣିଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ
ଆଜି ଶୁକ୍ରବାର ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପାଇକମାଲ ନିଜ ବାସଭବନରେ ସକାଳ 9ଟା 30 ମିନିଟ ସମୟରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ବରଗଡ ସାଂସଦ ପ୍ରଦୀପ ପୁରୋହିତ। ଆଜି ପଦ୍ମପୁର ଉପଖଣ୍ଡ ର ବିଭିନ୍ନ ଗାଁ ରୁ ଲୋକେ ଆସି ବରଗଡ ସାଂସଦ ଙ୍କ ଠାରେ ନିଜ ସମସ୍ୟା ବିଷୟରେ ଜଣାଇଥିଲେ। ବରଗଡ ସାଂସଦ ଲୋକଙ୍କ ସମସ୍ୟା ଶୁଣିବା ସହ କିଛି ସମସ୍ୟା ସମାଧାନ କରିଥିବା ବେଳେ ଅନ୍ୟ କିଛି ସମସ୍ୟା ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।