ରାଇରଙ୍ଗପୁର ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। ୭୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ କର୍ତ୍ତୃପକ୍ଷ ଅକାରଣରେ ପରୀକ୍ଷାରେ ଫେଲ କରିଥିବାର ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଶୁକ୍ରବାର ଦିନ ପ୍ରାୟ ୧୨ ଟାରେ ଅଧ୍ୟାପକ/ଅଧ୍ୟାପିକା ମାନଙ୍କୁ ମହାବିଦ୍ୟାଳୟ ମଧ୍ୟରେ ବନ୍ଦ କରି ମୁଖ୍ୟ ଫାଟକରେ ତାଲା ପକାଇ ଟାୟାର ଜାଳି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।