ଫଟକରା ଗ୍ରାମରେ ଘର ଭିତରୁ ଉଦ୍ଧାର ହେଲା ନାଗ ସାପ ବଲାଙ୍ଗୀର ଫଟକରା ଗ୍ରାମରେ ଏକ ଚଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଭିତରୁ ଏକ ନାଗ ସାପ ଉଦ୍ଧାର ହୋଇଛି। ସାପଟି ଘର ଭିତର ଅନ୍ଧାର ଜାଗାରେ ଲୁଚି ରହିଥିବାବେଳେ ପରିବାରର ଜଣେ ସଦସ୍ୟ ଦେଖି ସତର୍କ ହୋଇ ଉଦ୍ଧାର କାରୀ ଦଳକୁ ସୂଚନା ଦେଇଥିଲେ। ସୂଚନା ପାଇ ପହଂଚିଥିବା ଦଳ ସାପକୁ ସୁରକ୍ଷିତ ଭାବରେ ଧରି ଜଙ୍ଗଲ ଅଞ୍ଚଳରେ ଛାଡି ଦେଇଛନ୍ତି। ଘଟଣାଟି ଆଜି ରାତି ପ୍ରାୟ ୯ଟା ସମୟରେ ଘଟିଥିବା ସୂଚନା ମିଳିଛି।