ପୁଣି ପରିଚୟ ପାଇପାରିଲାନି ଏକ ଶବ। ଟିଟିଲାଗଡ଼ ଅଞ୍ଚଳର ବାସିନ୍ଦା ଭାବେ ପରିଚିତ ଶ୍ରୀମତୀ ଲକ୍ଷ୍ମୀ ଜାନି, ବୟସ୍ ପ୍ରାୟ ୭୦ ବର୍ଷଙ୍କୁ ଗତ ୦୮ ତାରିଖ ସକାଳେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜେରୀ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଦେହରେ ପୋଡ଼ା ଆଘାତ ଥିବା ଦେଖାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ୭୨ ଘଣ୍ଟା ପର୍ଯ୍ୟନ୍ତ ସଂରକ୍ଷଣ କେନ୍ଦ୍ରରେ ରଖିଥିଲେ, କିନ୍ତୁ କୌଣସି ପରିଚୟ ମିଳିନଥିଲା। ପରେ ମେଡିକାଲ ଫାଣ୍ଡି ଅଧିକାରୀଙ୍କ ସୂଚନାରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ