ଡାବୁଗାଁ: ଡାବୁଗାଁ ଥାନା ଅଞ୍ଚଳର ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲା, ଯୁବକଙ୍କୁ ଗିରଫ କୋର୍ଟ ଚାଲାଣ କଲା ପୋଲିସ
ଡାବୁଗାଁ ଥାନା ପୋଲିସ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲା ରେ ମସ୍ତୁରାମ ଭତରାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି | ଯୁବତୀଙ୍କ ବଡ ଭାଉଜଙ୍କ ଭାଇ ପାପଡାହାଣ୍ଡି ଥାନା ଅଧୀନ ଗୋବର୍ଲା ଗ୍ରାମର ମସ୍ତୁରାମ ଭତ୍ରାଙ୍କ ଘରେ ଯୁବତୀ ଆସି ରହି ଚାଷ କାମ କରୁଥିଲେ | ଯୁବତୀ ଙ୍କ ଘରେ ରହିବା ସମୟରେ ଯୁବତୀଙ୍କ କିଛି ଅଶ୍ଳୀଳ ଭିଡିଓ କରିଥିଲେ | ଯୁବତୀ ଙ୍କ ବିବାହ ସ୍ଥିର ହେବା ପରେ ମସ୍ତୁରାମ ଯୁବତୀଙ୍କ ବିବାହ ସ୍ଥିର କରାଯାଇଥିବା ଯୁବକଙ୍କ ମୋବାଇଲ କୁ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ସବୁ ପଠାଇଦେଇଥିଲା ଯୁବତୀଙ୍କ ବାପା ୧୧.୯.୨୫ ଦିନ ଏନେଇ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ |