ପାଟଣାଗଡ଼ ବ୍ଲକ ସମ୍ମିଳନୀ କକ୍ଷ ରେ ସୁପୋଷଣ ସମ୍ବନ୍ଧିତ ଏକ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇ ଯାଇଛି। ସୁଷମା ଖାଦ୍ୟ ଦ୍ୱାରା ସମାଜ ପୁଷ୍ଟିହୀନତା ରୁ ମୁକ୍ତହୋଇ ପାରିବ ଯାହା ଫଳରେ ସୁସ୍ଥ ସମାଜ ଗଠନ ହୋଇ ପାରିବ ଏହି ଲକ୍ଷ୍ୟ ନେଇ ବ୍ଲକ ର ସ୍ୱୟଂ ସହାୟକ ଗୋଷ୍ଠି ମହିଳା ଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ପାଟଣାଗଡ଼ ବିଡ଼ିଓ ଙ୍କ ଅଧକ୍ଷତା ରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିବା ବେଳେ ପ୍ରଶିକ୍ଷକ ମାନେ ପ୍ରଶିକ୍ଷଣ ଦେଇଥିଲେ।