ଆଜି ବାଲେଶ୍ବର ରେ ଦୀପାବଳୀ ପର୍ବ ବାଣ ଫୁଟାଇ ପାଳନ ହୋଇଥିବା ବେଳେ ରାତି ୮ ଟା ସମୟରେ ସହରର ଆଜିମାବାଦ ଠାରେ ବାଣ ନିଆଁରେ ଦୁଇ ମହଲା ଗୋଦାମ ଘର ନିଆଁ ଲାଗି ହୂତୁ ହୁତୁ ହୋଇ ଜଳିଥିଲା।ସ୍ଥାନୀୟ ଲୋକେ ସ୍ଥାନୀୟ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ ।ଖବର ପାଇ ଜିଲ୍ଲା ଦମକଳ କେନ୍ଦ୍ର ରୁ ଦୁଇଟି ଗାଡି ଯାଇ ନିଆଁ କୁ ଆୟତ୍ତ କରିଥିଲା।ଏହି ନିଆଁ ବାଣ ରୁ ଲାଗିଥିବା ଦମକଳ ବିଭାଗ ପକ୍ଷରୁ କୁହାଯାଇଛି।ତଦନ୍ତ ପରେ ପ୍ରକୃତ କ୍ଷୟକ୍ଷତି ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି।