ଧରାକୋଟ: ମହୁଲି ଗ୍ରାମରେ ଶ୍ରମିକ ଉପରେ ମାଡିଗଲା ଟ୍ରାକ୍ଟର,ମେଡିକାଲ ରେ ଶ୍ରମିକ ଙ୍କ ମୃତ୍ୟୁ,ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣି ରାସ୍ତାରୋକ
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ମାଣିକପୁର ପଞ୍ଚାୟତ ମହୁଲି ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା l ଜଣେ ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରାକ୍ଟର l ୪୦ ବର୍ଷୀୟ ଜିତେନ୍ଦ୍ର ବିଷୋୟୀ ନାମକ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଛି l ସୂଚନା ଅନୁସାରେ ଘର କାମ ପାଇଁ ଗୋଟିଏ ଟ୍ରାକ୍ଟରରେ ସିମେଣ୍ଟ ଓ ଲୁହାଛଡ଼ ଲଦାହୋଇ ଆସିଥିବା ବେଳେ ସେଥିରୁ ସାମଗ୍ରୀ ଓହ୍ଲାଇବା ସମୟରେ ଅସାବଧାନତାବଶତଃ ଟ୍ରାକ୍ଟର ତଳେ ଚାପି ହୋଇ ଗୁରୁତର ହୋଇଥିଲେ ଜିତେନ୍ଦ୍ର l ସ୍ଥାନୀୟ ଲୋକେ ଗୁରୁତର ଙ୍କୁ ହସ୍ପିଟାଲ୍ ନେବା ପାଇଁ ଆମ୍ବୁଲାନ୍ସ କୁ ଫୋନ କରିଥିଲେ l