ଲାଞ୍ଜିଗଡ: ବିକାଶ ଖୋଜୁଛି ପଞ୍ଚକୁଡ଼ିର ପାଳି ଗାଁ ମାଟିଖଳା,
ଶିକ୍ଷା,ସ୍ୱାସ୍ଥ୍ୟ,ବିଜୁଳି, ପାନୀୟ ଜଳ, ଓ ଗମନାଗମନ ସାତଶପନ
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏବେବି ଅନେକ ଗୁଡ଼ିଏ ଗାଁକୁ ସରକାରଙ୍କ ମୌଳିକ ସୁବିଧା ପହଞ୍ଚି ପାରିନାହିଁ।ହେଲେ ଉଭୟ ସରକାର ମାଳମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି ଓ ପାଣି ଭଲି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ହେଲେ କାହାପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି ଏଠି ବଡ଼ ପ୍ରଶ୍ନବାଛି ସୃଷ୍ଟି କରୁଛି ?। ଲୋକେ ସରକାରଙ୍କ ମୌଳିକ ସୁବିଧା କହିଲେ କ'ଣ ଜାଣି ନାହାନ୍ତି।