ଝାରସୁଗୁଡା: ବେଲପାହାଡ଼ର SBI ATM ଚୋରି ଚେଷ୍ଟା ମାମଲାରେ ଗୋଟିଏ ଗିରଫ, ଅନ୍ୟ ଅଭିଯୁକ୍ତଙ୍କ ଖୋଜ ଜାରି
ବେଲପାହାଡ଼ର ସନସିଟି ହୋଟେଲ୍ ନିକଟସ୍ଥ SBI ATM ରୁ ଚୋରି କରିବାକୁ ହୋଇଥିବା ଚେଷ୍ଟାକୁ ଝାରସୁଗୁଡା ପୋଲିସ ବିଫଳ କରିଛି। ଘଟଣା ସମ୍ପର୍କରେ ମାମଲା ରୁଜୁ କରାଯାଇ ଗୋଟିଏ ଅଭିଯୁକ୍ତ କୃଷ୍ଣ ଚନ୍ଦ୍ର ସାହୁଙ୍କୁ ଗିରଫ କରାଯାଇଛି। ପୋଲିସ ଗ୍ୟାସ ସିଲିଣ୍ଡର, ଗ୍ୟାସ କଟର୍ ସହ ଗାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଅନ୍ୟ ଅଭିଯୁକ୍ତଙ୍କ ଖୋଜ ଜାରି ରହିଛି।