ଝାରସୁଗୁଡ଼ା ଜିଲ୍ଲା ରାଜପୁର ଠାରେ ଗୋଆରାଧନାର ପର୍ବ ପ୍ରସିଦ୍ଧ ଗୋକୁଳାଷ୍ଟମୀ ଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ବୁଧବାର ସକାଳୁ ରାଜ ପୁରୋହିତ ପ୍ରଦୀପ ପାଟ୍ଟଯୋଶୀ ରାଜପୁର ଜଗନ୍ନାଥ ମନ୍ଦିରରେ ଥିବା ରାଧାକୃଷ୍ଣ ବିଗ୍ରହଙ୍କୁ ଶୃଙ୍ଗାର ବେଶ କରିବା ପରେ ଅଖଣ୍ଡ ଦୀପ ସ୍ଥାପନ,ହୋମ,ଆଳତି ଏବଂ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ପୂଜା ପରେ ଅପରାହ୍ନ ତିନିଟା ସମୟରେ ଶ୍ରଦ୍ଧାଳୁ ରାଧାକୃଷ୍ଣ ବିଗ୍ରହଙ୍କୁ ମନ୍ଦିରରୁ ବାହର କରି ଏକ ସୁସଜ୍ଜିତ ପାଲିଙ୍କିରେ ଭବ୍ୟ ଶୋଭାଯାତ୍ରାରେ ନଗର ଭ୍ରମଣ କରାଇଥିଲେ ଏହି ନଗର ପରିକ୍ରମା ସମୟରେ ଗଉଡ଼ ବାଡି, ଝାଞ୍ଜର ନୃତ୍ୟ, ସମ୍ପ୍ରଦା ମଣ୍ଡଳୀ