ଧର୍ମଗଡ: ବେଆଇନ ମଦ କୋଠି ବନ୍ଦ ଦାବୀରେ ଧର୍ମଗଡ଼ ଅବକାରୀ ଅଧିକାରୀ ଙ୍କ ଦ୍ୱାରସ୍ତ ହେଲେ ଟିପିଗୁଡା ଗ୍ରାମବାସୀ
ଧର୍ମଗଡ଼ ଥାନା ଅନ୍ତର୍ଗତ ଟିପିଗୁଡା ଗ୍ରାମରେ ଥିବା ବେଆଇନ ଦେଶୀ ଓ ବିଦେଶୀ ମଦ କୋଠି ଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସୋମବାର ସକାଳ ୧୧ ଟା ରେ ଧର୍ମଗଡ ଅବକାରୀ ଅଧିକାରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଟିପିଗୁଡା ଗ୍ରାମବାସୀ । ଦାବିପତ୍ର ପ୍ରଦାନ ସମୟରେ ଜଗନ୍ନାଥ ଦୁର୍ଗା, କିରଣ କୁମାର ଦୁର୍ଗା, ମନୋଜ କୁମାର ନାଏକ, ନର୍ସିଙ୍ଗ ସେନାପତି, ପ୍ରେମଲାଲ ଦୁର୍ଗା, ନୀଳାମ୍ବର ଦୁର୍ଗା ପ୍ରମୁଖ ଉପସ୍ଥିତ ଥିଲେ।