ନାକଟିଦେଉଳ: ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ସମ୍ବିଧାନ ଦିବସ ପାଳନ
ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ସମ୍ବିଧାନ ଦିବସ ପାଳନ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗ, ଏନ୍ଏସ୍ଏସ୍, ଏନ୍ସିସି ଓ ଯୁବ ରେଡ଼କ୍ରସ ୟୁନିଟ୍ ର ମିଳିତ ଆନୁକୁଲ୍ୟ ରେ ଐକ୍ୟ ଓ ଦେଶପ୍ରେମ ଭାବନା ର ବାତାବରଣ ମଧ୍ୟରେ ବୁଧବାର ସକାଳେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଅଧ୍ୟାପକ ଶେଷ ଦେବ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଜାଗରଣ ସଭା ରେ ରାଜନୀତି ବିଜ୍ଞାନ ଅଧ୍ୟାପିକା ଲିଟିନା ପ୍ରିୟଦର୍ଶନୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଭାରତୀୟ ସମ୍ବିଧାନ ର ବୈଶିଷ୍ଟ, ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ