ବଲାଙ୍ଗୀରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ଶୋଷଣ ଅଭିଯୋଗ। ଟାଟା ପାୱାର କମ୍ପାନୀ ବିରୁଦ୍ଧରେ ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ ସଂଘର ଧାରଣା। ଠିକ୍ ସମୟରେ ପାଉଣା ନମିଳିବା, ସେଲେରି ସ୍ଲିପ୍ ନଦେବା ଓ ମନଇଚ୍ଛା ଛଟେଇର ଅଭିଯୋଗ। ୧୦ ଦଫା ଦାବିପତ୍ର ନେଇ ଆଜି ଏସଇ ଅଫିସ ସମ୍ମୁଖରେ ପ୍ରତିବାଦ। ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଲେ ଆନ୍ଦୋଳନକାରୀ।