ପୋଲିସ୍ ଏସ୍ ଆଇ ପରୀକ୍ଷା ଜାଲିଆତି ମାମଲାରେ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇ ବ୍ରହ୍ମପୁର ଜେଲ୍ ରେ ଥିବା ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଗୁରୁବାର ଅପରାହ୍ନରେ ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଖାରଜ କରିଥିବା ସୂଚନା ମିଳିଛି। ସେପଟେ ଆଜି ସିବିଆଇ ବ୍ରହ୍ମପୁର କୋର୍ଟରେ ପହଞ୍ଚିଥିବା ସୂଚନା ମିଳିଛି।