ସୋର: ଶିଙ୍ଗାଖୁଣ୍ଟା ସମେତ ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ, ଗୁଡପୋଚ ନଷ୍ଟ ସହ ଦେଶୀମଦ ଜବତ, ତିନି ଗିରଫ
Soro, Balasore | Sep 26, 2025 ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗୁଡପୋଚ ନଷ୍ଟ କରିବା ସହିତ ଦେଶୀମଦ ଜବତ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋର ଆଦର୍ଶ ଅବକାରୀ ଥାନାଧିକାରୀ ସୁରଜ କୁମାର ଟୀଗାଙ୍କ ନେତୃତ୍ୱରେ ଏକ ଟିମ ଶିଙ୍ଗାଖୁଣ୍ଟା ଜଙ୍ଗଲରେ ବେଆଇନ ଭାବେ ଗଢି ଉଠିଥିବା ମଦ ରନ୍ଧା କାରଖାନା ଉପରେ ଚଢ଼ାଉ କରି ୨୪୫୦ ଲିଟର ଗୁଡପୋଚ ନଷ୍ଟ କରିବା ସହିତ ୧୭୦ ଲିଟର ଦେଶୀମଦସମେତ ମଦରନ୍ଧା ସାମଗ୍ରୀକୁ ଜବତ କରିଥିଲେ।ଚଢ଼ାଉ ହେଉଥିବା ଜାଣିପାରି ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।