ଜୁଜୁମୁରା: ବଡତୁରାଙ୍ଗ ଗ୍ରାମର ହସ୍ତତନ୍ତ ବୁଣାକାର କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୁଯୁମୁରା ବ୍ଲକ ବାହାମ ପଞ୍ଚାୟତର ବଡତୁରାଙ୍ଗ ର ହସ୍ତତନ୍ତ ଓ ବୁଣାକାର କେନ୍ଦ୍ର ଗୁରୁବାର ସକାଳେ ପରିଦର୍ଶନ କଲେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରା ବନ୍ଦର । ଉକ୍ତ ଗ୍ରାମକୁ ଆଦର୍ଶ ଗ୍ରାମ କରିବା ପାଇଁ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ । ଗ୍ରାମରେ ସମ୍ବଲପୁରୀ ହସ୍ତତନ୍ତ୍ର ବୁଣାକାର ମାନେ କିପରି ସ୍ବାବଲମ୍ବୀ ହୋଇପାରିବେ ସେ ନେଇ ଆଜି ଜିଲ୍ଲାପାଳ ଅଧିକ ଆଲୋଚନା କରିଥିଲେ l