ବାଲେଶ୍ବର ମ୍ୟୁନିସିପାଲଟି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ଅବସରରେ ପବ୍ଲିକ ସ୍କୁଲ ଓ ପୋଲିସ ଲାଇନ ସ୍କୁଲ ରେ ଗଛ ଲଗାଇଲେ ସାଂସଦ,ବିଧାୟକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ ତମ ଜନ୍ମଦିନ ଅବସରରେ ଆଜି ପୂର୍ବାହ୍ନ ୧୧ ଟାରେ ବାଲେଶ୍ୱର ସହରର ପବ୍ଲିକ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ପୋଲିସ ଲାଇନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ 'ଏକ୍ ପେଡ୍ ମା’ କେ ନାମ୍' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗ ଦେଇ ବିଦ୍ୟାଳୟରେ ବୃକ୍ଷରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ।