ବଲାଙ୍ଗୀର: ଖୁଜେନ ପାଲି ଗ୍ରାମର ଛତୁ ତରକାରୀ ଖାଇ ଗୋଟିଏ ପରିବାରର ୯ ଅସୁସ୍ଥ ମେଡିକାଲ ରେ ଭର୍ତ୍ତି
ବଲାଙ୍ଗୀର ଜିଲା ସଦର ବ୍ଲକ ଖୁଜେନପାଲି ଗ୍ରାମର କଳାକାରପଡ଼ାର ୯ ଜଣ ଛତୁ ଖାଇ ଅସୁସ୍ଥ ହେବା ପରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ରଘୁ ତାଣ୍ଡି ଫାସଡ଼ରୁ ଖୁଜେନପାଲି ଗ୍ରାମକୁ ଆସୁଥିବା ବେଳେ ରାସ୍ତାକଡ଼ରେ ଛତୁ ଫୁଟିଥିବା ଦେଖିବାକୁ ପାଇଥିଲେ। ସେଇ ଛତୁ ତୋଳି ଘରକୁ ନେଇଥିଲେ। ଦିନ ବେଳା ରନ୍ଧା ସରିଲା ପରେ ପରିବାର ଲୋକେ ମନ ଖୁସିରେ ଏକାଠି ମିଶି ଛତୁ ତରକାରୀ ଖାଇଥିଲେ। ହେଲେ ଦୁଇ ଘଣ୍ଟା ପରେ ପରିବାରର ସମସ୍ତଙ୍କୁ ବାନ୍ତି ହୋଇଥିଲା। ସେମାନେ ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ।