ଖଲ୍ଲିକୋଟ୍: ଭେଜିପୁଟ ଗ୍ରାମରେ ବିଷାକ୍ତ ସାପ କାମୁଡା ରେ ମହିଳାଙ୍କ ମୃତ୍ୟୁ
ଖଲ୍ଲିକୋଟ ଅଞ୍ଚଳ ରେ ୩ ଦିନର ବ୍ୟବଧାନ ରେ ଆଜି ପୁଣି ସାପ କାମୁଡା ରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ଖଲ୍ଲିକୋଟ ଥାନା ଭେଜିପୁଟ ଗ୍ରାମର ପୁଷ୍ପଲତା ନାୟକ ବୋଲି ଜଣା ପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଭେଜିପୁଟ ଗ୍ରାମ ଓଡ଼ିଆ ସାହି ର ପୁଷ୍ପଲତା ନାୟକ ଆଜି ସନ୍ଧ୍ୟା ୭ ଟା ସମୟରେ ନିଜ ଘର ର ବାରିପଟ କୁ ଯାଇଥିବା ବେଳେ ଏକ ବିସାକ୍ତ ସାପ କାମୁଡି ଦେଇଥିଲା।ପଡୋଶୀ ଲୋକେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।