ପାପଡାହାଣ୍ଡି ବ୍ଲକ ଡ଼େଙ୍ଗାଗୁଡ଼ା ଦେଇ ଯାଇଥିବା ଭାରତମାଳା ରାସ୍ତାକୁ ଆଜି ମକିଆ ପଂଚାୟତର ନୂଆଗୁଡା ଏବଂ ଡ଼େଙ୍ଗାଗୁଡ଼ା ପଂଚାୟତର ସିଉନାଗୁଡ଼ା ଗ୍ରାମର ଶତାଧିକ ସଂଖ୍ୟାରେ ଗ୍ରାମବାସୀ ପହଂଚି ରାସ୍ତାକୁ ଅବରୋଧ କରିଥିଲେ | ବାଇପାସ ରାସ୍ତା ନିର୍ମାଣ ଲାଗି ଦୁଇ ଗ୍ରାମବାସୀ ଅପରାହ୍ନ 2ଟା ପର୍ଯ୍ୟନ୍ତ ଜିଦରେ ଅଡ଼ି ବସିଥିଲେ | ଏହି ରାସ୍ତା ଉପରେ ବହୁ ଯାନ ବାହାନ ଅଟକି ରହିଥିଲା | ପରେ କୋଡ଼ିଙ୍ଗା ଆଇଆଇସି ଯୁଗଳ ଶବର ଓ ଭାରତ ମାଳାର ଅଧିକାରି ଓ ସ୍ଥାନୀୟ ସରପଞ୍ଚ ପହଂଚି ଲୋକଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ରୋକରୁ ଲୋକେ ହଟିଥିଲେ |