ଫୁଲବାଣୀ ସହର: ତିଲକାପଙ୍ଗା ଗାଁ ନିକଟ ଜଙ୍ଗଲରୁ ଏକ ଶକ୍ତିଶାଳୀ ଆଇଡି ବିସ୍ଫୋରକ ଠାବ କଲା ବିଏସଏଫ ବାହିନୀ
ଗୋଛାପଡା ଥାନା ଅଧୀନରେ ଥିବା ପାହିରାଜୁ ଠାରେ ଥିବା ବିଏସଏଫ କ୍ୟାମ୍ପର ବିଏସଏଫ ଯବାନ ଦ୍ୱାରା ତିଲକପଙ୍ଗା ଗାଁ ନିକଟ ଜଙ୍ଗଲରୁ ଏକ ଜୀବନ୍ତ ଆଇଡି ବିସ୍ପୋରକକୁ ଜବତ କରିବା ସହ ସେହି ବିସ୍ପୋରକକୁ ନିଷ୍କ୍ରିୟ କରାଯାଇଥିବା ବିଏସଏଫ ପକ୍ଷରୁ ସୂଚନା ଦିଆଯାଇଛି I ସୂଚନା ମୁତାବକ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦି ମାନେ ଜଙ୍ଗଲରେ ଆଇଡି ଖଞ୍ଜିଥିବା ଗୁଇନ୍ଦା ବିଭାଗ ସୂଚନା ପାଇଥିଲା I ସୂଚନା ମିଳିବା ପରେ ପାହିରାଜୁ ଠାରେ ଥିବା ୯୯ ବାଟାଲିୟନ ବିଏସଏଫ ବାହିନୀ ପକ୍ଷରୁ ଅପରେସନ ଆରମ୍ଭ କରାଯାଇଥିବା ବେଳେ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଥିଲା I