ଗୋବିନ୍ଦପୁର: ବାମରା ଅଞ୍ଚଳ ରେ ନାବାଳିକାକୁ ନେଇ ନାବାଳକ ପ୍ରେମିକ ଫେରାର, ଉଦ୍ଧାର କଲା ପୋଲିସ
ଗତ ଶନିବାର ବାମରା ଅଞ୍ଚଳ ର ଜଣେ ୧୫ ବର୍ଷୀୟା ନାବାଳିକା କୁ ନେଇ ଜଣେ ୧୭ ବର୍ଷ ନାବାଳକ ଫେରାର ମାରିଥିଲା। ଏନେଇ ନାବାଳିକା ଙ୍କ ପିତା ଗୋବିନ୍ଦପୁର ଥାନା ରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଏହାର ତଦନ୍ତ ଜାରି ରଖିଥିଲେ। ରବିବାର ଦିନ ପୋଲିସ ଉଭୟ ପ୍ରେମିକ ପ୍ରେମିକାଙ୍କୁ ଝାରସୁଗୁଡ଼ା ଅଞ୍ଚଳ ରୁ ଉଦ୍ଧାର କରିଥିବା ବେଳେ ରାତି ପ୍ରାୟ ୯ ଟା ସମୟରେ ସମ୍ପୃକ୍ତ ନାବାଳିକା ଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟ ପଟେ ସମ୍ପୃକ୍ତ ନାବାଳକ କୁ ପୋଲିସ ପଚରା ଉଚରା କରୁଥିବା ସୂଚନା ରହିଛି।