ଚୁଡ଼ାପାଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ଗୁରୁତର ଚୁଡ଼ାପାଲି ନିକଟରେ ଆଜି ରାତି ପ୍ରାୟ ୮ଟା ୩୦ମିନିଟ୍ ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ଏହି ଘଟଣାରେ ୨ ଜଣ ଯୁବକ ଗୁରୁତର ହୋଇଛନ୍ତି। ରାତି ସମୟରେ ଯାନବାହନ ଚଳାଚଳ କାଳେ ହଠାତ୍ ଘଟିଥିବା ଏହି ଦୁର୍ଘଟଣାରେ ଗୁରୁତର ମାନେ ରାସ୍ତା ଉପରେ ପଡ଼ି ରହିଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଦୁଇଜଣଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି