ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନଂ ୧୦, ଅଁଳାଡୁବା ସ୍ଥିତ ଦେବାଶିଷ ବେହେରାଙ୍କ ଗ୍ରୋସରି ଦୋକାନରୁ ଚୋରି ହୋଇଛି। ଏନେଇ ଦୋକାନ ମାଲିକ ରାଇରଙ୍ଗପୁର ଟାଉନ ଥାନାରେ ଏତଲା ଦେଇଛନ୍ତି। ଦୋକାନ ମାଲିକ ରବିବାର ସକାଳ ପ୍ରାୟ ୯ଟାରେ ଦୋକାନ ଖୋଲିବା ବେଳେ ସଟର ତାଲା ଭଙ୍ଗା ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଦୋକାନରୁ ଚୋରି ହୋଇଥିବା ନେଇ ଜାଣିବାକୁ ପାଇଥିଲେ।