ଅନୁଗୋଳ: ଛେଳିଆପଡ଼ା ଓଭର ବ୍ରିଜ ନିକଟରେ ଟ୍ରକ୍ ପଛରେ ପିଟିଲା କାର
Anugul, Angul | Nov 15, 2025 ଏକ ଟ୍ରକ RJ 02 GB 3268 ରାଜସ୍ତାନ ରାଜ୍ୟକୁ ଯାଉଥିବା ବେଳେ ଛେଳିଆପଡ଼ା ବାଇପାସ୍ ରାସ୍ତା ଓଭର ବ୍ରିଜ ଉପରେ ବ୍ରେକ ଡାଉନ୍ ହୋଇଥିଲା । ଯାହା ଫଳରେ ଟ୍ରକ ଟି ରାସ୍ତା କଡ ରେ ରହିଥିଲା। ଆଜି ପାହାନ୍ତା ବେଳେ ଦୁଇ ଜଣ କଟକ ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ କାର OD 15 AD 6399 ଛିଡା ହୋଇଥିବା ଟ୍ରକ ପଛରେ ଧକ୍କା ଦେଇଥିଲା। ଯାହା ଫଳରେ ଦୁଇ ଜଣ ଙ୍କ ମଧ୍ୟରୁ ଜଣେ ଗୁରୁତର, ଆଉ ଜଣେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ଏ ପଟେ ଖବର ପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।