ଜରଡା: ଆଙ୍କୁଲିରେ ବିକାଶ ରଥର ଶୁଭାରମ୍ଭ କଲେ ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ
Jarada, Ganjam | Jun 18, 2025 ଆଙ୍କୁଲିରେ "ବର୍ଷ ଏକ ଉପଲବ୍ଧି ଅନେକ" ବିକାଶ ରଥର ଶୁଭାରମ୍ଭ। କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ " ବର୍ଷ ଏକ ଉପଲବ୍ଧି ଅନେକ" ନାମକ ବିକାଶ ମେଳା ତଥା ବିକାଶ ରଥ ସାରା ରାଜ୍ୟରେ ବୁଲୁଥିବା ବେଳେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ଅନ୍ତର୍ଗତ ତାଡକାସାହି ଠାରେ ବିକାଶ ରଥର ଶୁଭାରମ୍ଭ କରିଛନ୍ତି ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନ ଓ ସ୍ଥାନୀୟ ସରପଞ୍ଚ ନମିତା ନାଇକ। ଏହି ଅବସରରେ ତାଡକାସାହି ଭାରତ ନିର୍ମାଣ ରାଜୀବ ଗାନ୍ଧି ସେବା କେନ୍ଦ୍ର ପରିସରରେ ଆଜି ଅପରାହ୍ନ ସାଢେ଼ ବାର ଘଣ୍ଟା ସମୟରେ ଏକ