ତଲସରା: ଉପେନ୍ଦ୍ର ହାଇସ୍କୁଲ ପ୍ରାଙ୍ଗଣରେ ସବଡେଗା ବ୍ଳକ ସ୍ତରୀୟ ସାଂସ୍କୃତିକ ଯତରା ମହୋତ୍ସବ ଅନୁଷ୍ଠିତ
ସବଡେଗା ଉପେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଆଜି ବ୍ଳକ ସ୍ତରୀୟ ସାଂସ୍କୃତିକ ଯତରା ମହୋତ୍ସବ ମହା ଆଡ଼ମ୍ବର ସହ ଅନୁଷ୍ଠିତ ହୋଇଯାଇଛି । ବିଡିଓ ବିଶ୍ଵନାଥ ସାହୁ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ ରଘୁନାଥ ପାଲି ବିଧାୟକ ଦୁର୍ଗା ଚରଣ ତନ୍ତି ଯୋଗ ଦେଇ ଥିଲେ । ଅନ୍ୟ ତମ ଅତିଥି ରୂପେ ବ୍ଳକ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ଉପାଧ୍ୟକ୍ଷ ଶୁସାନ୍ତ ବେହେରା, ତହସିଲଦାର ମାନସୀ ନାଏକ, ସାଂସଦ ପ୍ରତିନିଧି ଗୁଲସନ ବାରୁଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।