ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଟାଙ୍ଗିରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆପଡା ଗ୍ରାମର ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସ୍ବର୍ଗତ ଧୀରେନ୍ଦ୍ର ମହାପାତ୍ରଙ୍କ ଦ୍ଵାଦଶହ କର୍ମରେ ଯୋଗଦେଲେ ଜିଲ୍ଲା ବିଜେପିର କର୍ମକର୍ତ୍ତା। ଆଜି ଅପରାହ୍ନ 2 ଟାରେ ବିଜେପି ନେତା ମାନେ ଧୀରେନ୍ଦ୍ରଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।