ବାଲିପାଟଣା: ବାଲିପାଟଣା ବିଶ୍ୱନାଥପୁର ଗହୀରରେ ନିଆଁ ଲାଗି ଜଳିଗଲା ୨୦ ଏକରରୁ ଉର୍ଦ୍ଧ୍ବ ଧାନ ଫସଲ।
ସୋମବାର ସକାଳ ୯ ଟା ସମୟରେ ବାଲିପାଟଣା ବ୍ଲକ ବିଶ୍ୱନାଥପୁର ଓ ସାତକାବାଦ ଗହୀରରେ ଜନୈକ ଚାଷୀ ଧାନ ଅମଳ ପରେ ମୁଗ ବୁଣିବା ପାଇଁ ଜମାହୋଇଥିବା କୁଟାରେ ନିଆଁ ଲଗାଇଥିଲେ| ଉତ୍ତରା ପବନ ବୋହିବାରୁ ନିଆଁ ପାଖ କିଆରୀ ଉଡ଼ିବା ସହ ବ୍ୟାପି ଯାଇଥିଲା | ଚାହୁଁ ଚାହୁଁ ପ୍ରାୟ ୨୦ ଏକରରୁ ଉର୍ଦ୍ଧ୍ବ ପାଚିଲା ଧାନ କ୍ଷଣିକ ମଧ୍ୟରେ ଜଳି ଯାଇଛି | ୪୦୦ରୁ ଉର୍ଦ୍ଧ୍ବ କୁଇଣ୍ଟାଲ ଧାନ ପୋଡ଼ି ପାଉଁଶ ହୋଇଛି |